ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ ପୋଡାବାଉଁଶରୁ ଶୁଭାରମ୍ଭ ହୋଇଛି। ଏଥିନିମନ୍ତେ ଚନ୍ଦନେଶ୍ୱର ଶୈବପୀଠରେ ସୋମବାର ୭ ଅର୍ଘ୍ୟରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବାଂଲାଦେଶରୁ ଅସଂଖ୍ୟ ଶୈବଭକ୍ତ ଆଗମନରେ ଶୈବପୀଠ ମୁଖରିତ ହୋଇଛି। ସୋମବାର ପ୍ରତ୍ୟୁଷରୁ ଜୀଉଙ୍କ ନୀତିକାନ୍ତି ପୂଜାର୍ଚ୍ଚନା, ଭକ୍ତି ନୈବଦ୍ୟ, ଆରାଧନାରେ ଶୈବପୀଠ ଭକ୍ତମୟ ହୋଇଛି। ସକାଳ ସାଢେ ୧୦ଟାରେ ଚନ୍ଦନେଶ୍ୱର ମହାଦେବଙ୍କ ଟ୍ରଷ୍ଟବୋର୍ଡ ପକ୍ଷରୁ ଚଡ଼କ ମେଳାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି।
ଟ୍ରଷ୍ଟ ବୋର୍ଡ ସଭାପତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସୂର୍ଯ୍ୟ କୁମାର ନାୟକ, ମହାଦେବଙ୍କ ମୌରସୀ ଶ୍ରେଷ୍ଠ ସେବାୟତ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା, ବିଡିଓ ପ୍ରଶାନ୍ତ କୁମାର ମହାରଣା, ଆଇଆଇସି ଚମ୍ପାବତୀ ସୋରେନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଟ୍ରଷ୍ଟବୋର୍ଡ ସଦସ୍ୟ ଗଣପତି ଗିରି, ଗ୍ରାମ୍ୟ ପାଇପ ଜଳଯୋଗାଣ ଜେଇ ହରପ୍ରିୟା ମହାନ୍ତ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡା. କମଳାକାନ୍ତ ଜେନା, ଜୀଉଙ୍କ ଶ୍ରେଷ୍ଠଭକ୍ତ ହରିଶ ଚନ୍ଦ୍ର ସାହୁ, ବିଦ୍ୟୁତ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଟ୍ରାଫିକ ନିୟନ୍ତ୍ରଣ, ୨୪ଘଣ୍ଟିଆ ବିଶୁଦ୍ଧ ପାଣି ଓ ବିଦ୍ୟୁତ ସେବା, ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନଗୁଆଁ ଛକ, ବର୍ଡର୍‌-ଚନ୍ଦନେଶ୍ୱର ରାସ୍ତା ବାଡ଼ସରିସା ସ୍କୁଲ ପର୍ଯ୍ୟନ୍ତ ଚାରିଚକିଆ ଯାନ ଉପରେ କଟକଣା ଲାଗୁ କରାଯାଇଛି। ମେଳାର ସୁରକ୍ଷା ଦୃଷ୍ଟିରୁ ଅଗ୍ନିନିର୍ବାହୀ କର୍ମଚାରୀଙ୍କ ସହ ୨୬ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ ବୋଲି ଏସ୍‌ଡିପିଓ ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୋମବାର ମହାଦେବଙ୍କ ୭ ଅର୍ଘ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ ଉପବୀତଧାରୀ ଶୈବଭକ୍ତ ଉପବୀତ ଧାରଣ କରି ବ୍ରତ ପାଳନ କରୁଥିବା ବେଳେ ୫ ଅର୍ଘ୍ୟ ବେଳକୁ ଲକ୍ଷାଧିକ ଉପବୀତଧାରୀ ଭକ୍ତ ଜୀଉଙ୍କଠାରେ ଅର୍ଘଦାନ କରିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୀଉଙ୍କ ପ୍ରସିଦ୍ଧ କାମିନୀ ଠାକୁରାଣୀ ବିବାହ ନିମନ୍ତେ କନ୍ୟା ସ୍ବୀକୃତ ରୀତିନୀତି ଅନୁଯାୟୀ ସମ୍ପାଦନ କରାଯାଇ ରାତି ୮ଟାରେ ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ଭକ୍ତମାନେ ଅର୍ଘ୍ୟଦାନ କରିଛନ୍ତି। ମହାଦେବଙ୍କ ମୁଖ୍ୟ ସେବାୟତ ମୌରସୀ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା ଜୀଉଙ୍କଠାରେ ଆଜ୍ଞାମାଳ ନେଇ ଶ୍ରେଷ୍ଠ ଭକ୍ତ ପାଟ ଭକ୍ତ ହରିଶ ଚନ୍ଦ୍ର ସାହୁ, ଦେଉଳିଆ ଅଜିତ ପାତ୍ରଙ୍କ ସମେତ ଶ୍ରୀବେକଡି, ବାଦ୍ୟକାରମାନେ କୌଳିକ ରୀତି ଓ ନୀତି ଅନୁଯାୟୀ ଶୈବ ଭକ୍ତଙ୍କ ବେକଡା ନୃତ୍ୟ ପରେ ମନ୍ଦିର ପରିକ୍ରମା କରି ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ଶୈବଭକ୍ତମାନେ ଅର୍ଘ୍ୟଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…

ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍‌ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ...

ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍‌, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌କୁ…

ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ...

ଅନଲାଇନ୍‌ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର,୧୯ା୪(ସତ୍ୟଜିତ୍‌ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍‌ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ...

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ କରିଥିଲା BCCI, ଏବେ IPLରେ ନାୟାରଙ୍କୁ ମିଳିଲା ବଡ଼ ଦାୟିତ୍ୱ

କୋଲ୍‌କାତା,୧୯ା୪: ନିକଟରେ ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ପୁଣି ଥରେ ଆଇପିଏଲ୍‌କୁ ଫେରିଛନ୍ତି।...

ହିରୋ ସାଜିଲେ ବଟଲର୍‌-ପ୍ରସିଦ୍ଧ; ଆଇପିଏଲ୍‌ ଟେବୁଲ ଶୀର୍ଷରେ ପହଞ୍ଚିଲା ଗୁଜରାଟ

ଅହମଦାବାଦ,୧୯ା୪: ଆଇପିଏଲ୍‌ ୨୦୨୫ରେ ଶନିବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)କୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୦୪ ରନ୍‌ର...

OISFର ହେବ ଆଉ ଏକ ବାଟାଲିଅନ, ୧୦୪୦ ପଦବୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର, ୧୯ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’(ଓଆଇଏସ୍‌ଏଫ୍‌)ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୪(ବନ୍ଦନା ସେଠୀ) – ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍‌ଡମ୍‌ର ସମ୍ମାନଜନକ ‘ସ୍ୟାଣ୍ଡ୍‌ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତି। ଶନିବାର ଲୋକସେବା ଭବନଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image