ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ

ସୋର,୧୬।୧(ଜନ୍ମେଜୟ ମିଶ୍ର): ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଗୁରୁତର ବାପା ରଞ୍ଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ରାତିରେ ଖାଇବା ସମୟରେ ଝିଅ ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମା’ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅ ମା’ଙ୍କୁ ପନିକିରେ ଆକ୍ରମଣ କରିଥିଲେ। ବାପା ଏନେଇ ରୋକିବାରୁ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବାପାମା’ଙ୍କ ଚିତ୍କାର ଶୁଣି ପଡିଶା ଦୌଡ଼ି ଆସିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ଝିଅଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଝିଅ ବିବାହିତା ହୋଇଥିବା ବେଳେ ସ୍ବାମୀଙ୍କଘରୁ ପଳାଇ ଆସି କିଛି ଦିନ ହେବ ବାପ ଘରେ ରହିଆସୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା...

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ...

କୋକସରା: ମନୋଜ ସଭାପତି, ଲଳିତ ସମ୍ପାଦକ

କୋକସରା,୩୦।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମନୋଜ କୁମାର ନାଏକ, ଉପସଭାପତି...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ...

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ସୁଧାଂଶୁ ପୁଣି ସଭାପତି ନିର୍ବାଚିତ

ଭବାନୀପାଟଣା,୩୦।୩:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଧାଂଶୁ କୁମାର ନନ୍ଦ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ...

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ...

୧୭ ଚୋରି ବାଇକ୍‌ ଜବତ, ୩ ଗିରଫ

ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍‌ ଜବତ କରି ୩ ଜଣକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image