Categories: ଜାତୀୟ

୧୦୦ ବର୍ଷ ମଧ୍ୟରେ ଅଗଷ୍ଟରେ ସର୍ବନିମ୍ନ ବୃଷ୍ଟିପାତ ହୋଇଥିବା ଅନୁମାନ

ନୂଆଦିଲ୍ଲୀ,୧୯।୮: ଗତ ୧୦୦ ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ଅଗଷ୍ଟ ୨୦୨୩ରେ ଦେଖିବାକୁ ମିଳିପାରେ। ଏଲ ନିନୋର ପ୍ରଭାବ ଯୋଗୁ ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷାରେ ବହୁତ ଅଭାବ ଦେଖାଦେଇଛି। ରଏଟର୍ସ ଏହାର ରିପୋର୍ଟରେ ଦୁଇ ପାଣିପାଗ ବିଭାଗର ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ୧୯୦୧ ପରେ ଅଗଷ୍ଟ ୨୦୨୩ରେ ପୂରା ଦେଶରେ ସର୍ବନିମ୍ନ ବର୍ଷା ହୋଇଥିବା ଅନୁମାନ କରାଯାଉଛି।

ବର୍ଷା ଅଭାବରୁ ଖାଦ୍ୟ ମୁଦ୍ରାସ୍ଫୀତିରେ ବ୍ୟତିକ୍ରମ ଦେଖିବାକୁ ମିଳପାରେ। କାରଣ ବର୍ଷାର ଅଭାବ ଖରିଫ ଫସଲ ଉତ୍ପାଦନ ଉପରେ ପ୍ରଭାବ ପକାଇପାରେ। ଏହି ଖରିଫ ଋତୁରେ ଚାଉଳ ଠାରୁ ସୋୟାବିନ ପର୍ଯ୍ୟନ୍ତ ଉତ୍ପାଦନରେ ହ୍ରାସ ହୋଇପାରେ। କମ ବର୍ଷା ଆଗାମୀ ରବି ଋତୁରେ ଉତ୍ପାଦିତ ଫସଲର ଉତ୍ପାଦନକୁ ପ୍ରଭାବିତ କରିପାରେ, ଯେଉଁଥିରେ ଗହମ ଏବଂ ସୋରିଷ ସାମିଲ। ଗହମ ଚାଷ ପାଇଁ କ୍ଷେତରେ ଆର୍ଦ୍ରତା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Share