Categories: ଫୁରସତ

ପିଲାଙ୍କ ଦୋଳିକୁ କବ୍‌ଜା କରିଥିଲେ ଆଣ୍ଟି, ଘଟିଲା ଏମିତି, ଭିଡିଓ ଦେଖିଲେ…

କୁହାଯାଏ, ଯାହା ପାଇଁ ଯେଉଁ କାମ। ଯେଉଁ ଜିନିଷ ଯାହା ପାଇଁ ତିଆରି ହୋଇଛି ତାହାର ବ୍ୟବହାର ସେମାନଙ୍କ ପାଇଁ ଠିକ୍‌। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଫଳ ତ ଓଲଟା ମିଳିଥାଏ ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିବା ପରେ ଆପଣ ହସିବା ବନ୍ଦ କରି ପାରିବେ ନାହିଁ। ଏହି ଭିଡିଓରେ କିଛି ବୟସ୍କ ମହିଳା ପିଲାମାନଙ୍କର ଦୋଳିକୁ କବ୍‌ଜା କରିଥିଲେ। ସେମାନେ ଏହି ଦୋଳି ଉପରେ ବସି ଖେଳିବାରେ ଲାଗିଲେ। ପରେ ଯାହା ଘଟିଲା, ଭିଡିଓ ଦେଖିଲେ ଜାଣିବେ…

ପାର୍କରେ ପିଲାମାନଙ୍କ ମନୋରଞ୍ଜନ ପାଇଁ କିଛି ଦୋଳି ଲାଗିଥାଏ। ବେଳେବେଳେ ଏହି ପିଲାଙ୍କ ବଦଳରେ ବୟସ୍କ ଲୋକମାନେ ଏହା ଉପରେ ବସି ଝୁଲିଥାନ୍ତି। ପାର୍କରେ ଅନେକ ପିଲା ନଜର ଆସିଥିଲେ। ସମସ୍ତ ପିଲା ପାର୍କରେ ମଜା କରୁଥିଲେ। କିନ୍ତୁ ଏକ ଦୋଳିରେ ପିଲାମାନଙ୍କ ବଦଳରେ ଜଣେ ଆଣ୍ଟିଙ୍କୁ ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ ପିଲାଙ୍କ ଦୋଳିରେ ବସି ଖେଳୁଥିବା ବେଳେ ଖୁବ୍‌ ଜୋର୍‌ରେ ଖସିପଡ଼ିଲେ। ତାଙ୍କ ନିକଟରେ ଠିଆ ହୋଇଥିବା ଆଉ ଜଣେ ମହିଳା ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଫଳରେ ସେ ଖୁବ୍‌ ଜୋର୍‌ରେ ତଳେ ପଡ଼ିଯାଇଥିଲେ। ପାର୍କରେ ଥିବା ଆଉ ଜଣେ ବ୍ୟକ୍ତି ଏହାକୁ ରେକର୍ଡିଂ କରିଦେଇଥିଲେ। ଏବେ ଏହା ଭାଇରାଲ ହେଉଛି।

ଭିଡିଓଟି videos.nep ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହାକୁ ଲକ୍ଷାଧିକ ଥର ଦେଖାଯାଇଛି। ଭିଡିଓ ଯେତିକି ମଜାଦାର, ଏହା ଉପରେ ଅଧିକ ମଜାଦାର ମନ୍ତବ୍ୟ ଆସିଛି। ଜଣେ ୟୁଜର ଲେଖିଛନ୍ତି, ସେ ଏମିତି ପ୍ରେମରେ ପଡ଼ିଥିଲେ। ତେବେ ଅଧିକାଂଶ ୟୁଜର ମହିଳାଙ୍କ ପ୍ରତି ଚିନ୍ତା ପ୍ରକଟ କରିଥିଲେ। ଅନେକ ତାଙ୍କ ଅବସ୍ଥା ବିଷୟରେ ପଚାରିଥିଲେ। ଜଣେ ମହିଳା ଲେଖିଛନ୍ତି, ମୁଁ ଆଶା କରୁଛି ସେ ଅଧିକ ଆଘାତ ନ ପାଇଥାନ୍ତୁ। ଜଣେ ଲେଖିଛନ୍ତି, ତାଙ୍କୁ ସାହାଯ୍ୟ କରାଯିବା ଉଚିତ। ଭିଡିଓ କରି ଶେୟାର କରାଯିବା କଥା ନୁହେଁ।

Share