Categories: ଜାତୀୟ

ଆକ୍ସନ ମୁଡରେ ଯୋଗୀ ସରକାର: ଅରୈଆ ଜିଲାପାଳ ନିଲମ୍ବିତ

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ ଅଛନ୍ତି। ବର୍ତ୍ତମାନ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଅରୈୟା ଜିଲାପାଳ ସୁନୀଲ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏଥିସହ ସୁନୀଲ ବର୍ମାଙ୍କ ଭିଜିଲାନ୍ସ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ଭିତରେ ଏହା ଦ୍ୱିତୀୟ ଜିଲାପାଳଙ୍କୁ ସରକାର ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, କାର୍ଯ୍ୟରେ ଅବହେଳା ଓ ଦୁର୍ନୀତି ଯୋଗୁ ୨୦୧୩ ବ୍ୟାଚର ଆଇଏଏସ୍‌ ଅଫିସର ସୁନୀଲ ବର୍ମାଙ୍କୁ ଯୋଗୀ ସରକାର ନିଲମ୍ବିତ କରିଛନ୍ତି। ରାୟବରେଲୀରେ ରହୁଥିବା ସୁନୀଲଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସରକାର କାହାକୁ ଅରୈୟାର ଜିଲାପାଳ ଭାବେ ନିଯୁକ୍ତ କରିନାହାନ୍ତି। କିନ୍ତୁ ବିଳମ୍ବିତ ରାତି ସୁଦ୍ଧା କାହାକୁ ବି ନିଯୁକ୍ତି କରାପାଇପାରେ ବୋଲି କୁହାଯାଉଛି। ଏହା ପୂର୍ବରୁ ଯୋଗୀ ସରକାର ସୋନଭଦ୍ରର ଜିଲାପାଳ ଟିକେ ଶିବୁ ଓ ଗାଜିଆବାଦର ଏସ୍‌ଏସ୍‌ପି ପବନ କୁମାରଙ୍କୁ ମଧ୍ୟ ନିଲମ୍ବିତ କରିଥିଲେ।

Share