Posted inଜାତୀୟ

ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ, ଆରଟିଆଇରେ ସୂଚନା ଦେଲା ଏଏସଆଇ

ନୂଆଦିଲ୍ଲୀ,୩।୨: ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ବିବାଦରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମଥୁରାରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ। ଏହି ଖୁଲାସା ଆରଟିଆଇରେ ମିଳିଥିବା ସୂଚନାରୁ ହୋଇଛି। ଆରଟିଆଇରେ ଆଗ୍ରା ପ୍ରତ୍ନତତ୍ତ୍ୱ ବିଭାଗ କହିଛି ଯେ ମନ୍ଦିର ଭାଙ୍ଗିବା ପରେ ଔରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ମସଜିଦ ସ୍ଥାନରେ ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଛି।

ସୂଚନାଯୋଗ୍ୟ ମୌନପୁରୀର ଅଜୟ ପ୍ରତାପ ସିଂହ ଦେଶବ୍ୟାପୀ ମନ୍ଦିର ମାନଙ୍କ ବିଷୟରେ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ। ଏଥିରେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ମଧ୍ୟ ସୂଚନ ମଗାଯାଇଥିଲା। ଏହାର ଉତ୍ତରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବ୍ରିଟିଶ ଶାସନ ସମୟରେ ୧୯୨୦ ମସିହାରେ ପ୍ରକାଶିତ ଗେଜେଟ ଆଧାରରେ ଦାବି କରି ଏହାର ଉତ୍ତର ଦେଇ କହିଥିଲେ ଯେ ପୂର୍ବରୁ ମସଜିଦ ସ୍ଥାନରେ କଟରା କେଶବଦେବ ମନ୍ଦିର ଥିଲା। ଯାହାକୁ ଭାଙ୍ଗି ଏକ ମସଜିଦ ନିର୍ମାଣ କରାଯାଇଥିଲା।

ବ୍ରିଟିଶ ଶାସନ କାଳରେ କାର୍ଯ୍ୟ କରୁଥିବା ପବ୍ଲିକ୍ ୱାର୍କସ ବିଭାଗର ବିଲଡିଂ ଆଣ୍ଡ ରୋଡ୍ ସେକ୍ସନ୍ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ୩୯ ଟି ସ୍ମାରକର ତାଲିକା ପ୍ରଦାନ କରିଥିବା ଆଡଭୋକେଟ୍ ମହେନ୍ଦ୍ର ପ୍ରତାପ କହିଛନ୍ତି। ୧୯୨୦ ରେ ଆହ୍ଲାବାଦରୁ ଏହି ତାଲିକାରେ କଟରା କେଶବ ଦେବ ଭୁମିରେ ଶ୍ରୀକୃଷ୍ଣ ଭୁମି ୩୭ ନମ୍ବରରେ ଉଲ୍ଲେଖ କରାଯାଇଛି। ଏହା ଲେଖାଯାଇଛି ଯେ ପୂର୍ବରୁ କଟରା ପର୍ବତ ଉପରେ କେଶବ ଦେବ ମନ୍ଦିର ଥିଲା। ଏହାକୁ ଭାଙ୍ଗି ଦିଆଯାଇଥିଲା ଏବଂ ସେହି ସ୍ଥାନଟି ଏକ ମସଜିଦ ପାଇଁ ବ୍ୟବହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri