ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା

କଟକ,୨ା୨ (କାର୍ତ୍ତିକ ସାହୁ):  ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍‌ଜେଏଓ୍ବାଇ) ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ନିଷ୍କ୍ରିୟତା ପ୍ରଦର୍ଶନ କରୁଛନ୍ତି। ଫଳରେ ରାଜ୍ୟର ସାଧାରଣ ଲୋକେ ଏହି ଯୋଜନାରେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ୧୪ ଓ ୨୧ ଧାରାର ଉଲ୍ଲଂଘନ କରୁଛନ୍ତି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ଶୁକ୍ରବାର ମାମଲା ଦାୟର କରାଯାଇଛି।
ମାମଲାର ବିବରଣୀ ଅନୁସାରେ, କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରେ ଆରମ୍ଭ ହୋଇଥିଲା। ଦେଶର ସମସ୍ତ ଜନସାଧାରଣଙ୍କ ନିକଟରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ। ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେସନ ଦ୍ୱାରା କରାଯାଇଥିବା ୭୧ତମ ସର୍ଭେ ଅନୁସାରେ ଦେଶର ୮୫.୯% ଗ୍ରାମାଞ୍ଚଳ ଓ ୮୨% ସହରାଞ୍ଚଳର ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପାଇଁ କୌଣସି ବୀମା ଉପଲବ୍ଧ ନାହିଁ। ଭାରତୀୟ ଜନସଂଖ୍ୟାର ୧୭% ଲୋକ ସର୍ବନିମ୍ନ ସେମାନଙ୍କର ବ୍ୟୟଚିଠାର ୧୦% ସ୍ବାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରନ୍ତି। ଏପରିସ୍ଥଳେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ବହୁବାର ଅନୁରୋଧ କରିଥିଲେ ବି ତାହା ଲାଗୁ କରାଯାଉନାହିଁ। ରାଜ୍ୟ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କଓ୍ବୋଇ) ପ୍ରଚଳନ କରିଛନ୍ତି। ବିଏସ୍‌କଓ୍ବୋଇରେ ରାଜ୍ୟ ସରକାର ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଥିବାବେଳେ ଏଥିରେ ମଧ୍ୟ ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ଉକ୍ତ ଯୋଜନାରେ ପ୍ରଦତ୍ତ କାର୍ଡ ନାମ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଚିକିତ୍ସିତ ହେବାର ସୁବିଧା ନାହିଁ। ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିଟି ବ୍ୟକ୍ତି ଚିକିତ୍ସାସେବା ପାଇବାର ସୁବିଧା ରହିଛି। ସମଗ୍ର ଦେଶରେ ବିଏସ୍‌କଓ୍ବୋଇ ଯୋଜନାରେ ୯୮ଟି ହସ୍ପିଟାଲକୁ ପଞ୍ଜୀକୃତ କରାଯାଇଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାରେ ୨୮,୨୯୬ ହସ୍ପିଟାଲ ପଞ୍ଜୀକୃତ ହୋଇଛି। ଓଡ଼ିଶାର ଜନସାଧାରଣଙ୍କ ପାଇଁ ସ୍ବାସ୍ଥ୍ୟସେବାର ବହୁତ ସୁଯୋଗ ଏଥିରେ ରହିଥିବାରୁ ଓଡ଼ିଶାରେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦକାରୀ ପ୍ରାର୍ଥନା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ, ନୂଆଦିଲ୍ଲୀସ୍ଥିତ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ରାଜ୍ୟ ସ୍ବାସ୍ଥ୍ୟ, ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image