Categories: ଫୁରସତ

ପୋଷା ପ୍ରାଣୀ ରଖୁଛନ୍ତି କି, ହୋଇ ଯାଆନ୍ତୁ ସାବଧାନ! ଗମ୍ଭୀର ରୋଗରେ ହୋଇପାରନ୍ତି ଶିକାର

ସମସ୍ତେ ଘରେ ପୋଷା ପଶୁ କି ପକ୍ଷୀ ରଖିବାକୁ ପସନ୍ଦ କରନ୍ତି। ଆପଣ ଅନେକଙ୍କ ଘରେ ପୋଷା କୁକୁର କି ବିଲେଇ ଥିବାର ଦେଖିଥିବେ। ତେବେ ଆପଣ ଜାଣନ୍ତି କି ସେମାନଙ୍କ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ। ଏପରି ସଂକ୍ରାମକ ରୋଗ ଦ୍ୱାରା ମାଲିକ କିମ୍ବା ସେହି ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସୁଥିବା ବୟସ୍କଙ୍କ ଠାରୁ ଛୋଟପିଲା ମଧ୍ୟ ଗୁରୁତର ରୋଗରେ ପୀଡିତ ହୁଅନ୍ତି। ପୋଷା ପ୍ରାଣୀଙ୍କ ସଂସ୍ପର୍ଶରେ ରହିବା ସହ ସେମାନଙ୍କୁ ପାଖରେ ଶୁଆଇବା କିମ୍ବା ଗେଲ କରିବା ମଧ୍ୟ ସ୍ବାସ୍ଥ୍ୟପକ୍ଷେ ବିପଜ୍ଜନକ ହୋଇପାରେ।

ଗୃହପାଳିତ ପଶୁ ପକ୍ଷୀଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥିବା ସଂକ୍ରମଣ ରୋଗକୁ ଜୁନୋଟିକ ବା ଜୁନୋଜ କୁହାଯାଏ। ଏହି ରୋଗର ୭୦ରୁ ଅଧିକ ଜୀବାଣୁ ସିଧାସଳଖ ଭାବେ ଲୋକଙ୍କୁ ବ୍ୟାପିଥାଏ। ଏହି ଜୀବାଣୁ ସିଧାସଳଖ ଭାବେ ଗଶୁଙ୍କର ଲାଳ, ଶାରୀରିକ ତରଳ ପଦାର୍ଥ, ଏବଂ ମଳ ସହିତ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷ ଶରୀରକୁ ପ୍ରବେଶ କରିଥାଏ।
ଭାଇରସ, ଜୀବାଣୁ, କବକ ଏବଂ ପରଜୀବୀ ଦ୍ୱାରା ସୃଷ୍ଟି ହୋଇଥିବା ଜେନୋଟିକ କୁକୁର ଓ ବିଲେଇମାନଙ୍କ ଠାରେ ଅଧିକ ଦେଖାଯାଏ।

Share