Categories: ଖେଳ

ଅଷ୍ଟ୍ରେଲିଆ ୪୮୦ ରନ୍‌ରେ ଅଲ୍‌ଆଉଟ

ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଉସ୍‌ମାନ ଖ୍ବାଜା ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ହେଡ ୩୨ ରନ୍‌ କରି ଆଉଟ ହେବା ପରେ ମାର୍ନସ ଲାବୁସଚେନ ମଧ୍ୟ ୩ ରନରେ ଆଉଟ ହୋଇଥିଲେ । ଅଧିନାୟକ ଷ୍ଟିଭେନ ସ୍ମିଥ ୩୮ ରନ୍‌ କରି ଜାଦେଜାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ଓପନର ଉସମାନ ଖ୍ବାଜା କ୍ରିଜରେ ଲଢୁଆ ବ୍ୟାଟିଂ ଜାରିରଖି ଶତକ ହାସଲ କରିଥିଲେ। ସେହିପରି କାମରୁନ ଗ୍ରୀନ ମଧ୍ୟ ଶତକ ପୂରଣ କରିଥିଲେ । ଖ୍ବାଜା ୧୮୦ ରନ କରିଥିବା ବେଳେ ଗ୍ରୀନ ୧୧୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଅନ୍ୟପକ୍ଷେ ଟଡ ମର୍ଫି ୪୧ ରନ୍‌ କରିଥିବା ବେଳେ ନାଥନ ଲିଅନ ୩୪ ରନ୍‌ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୪୮୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତର ରବିଚନ୍ଦ୍ରନ ଅଶ୍ବିନ ୬ ଉଇକେଟ ନେଇଥିବା ବେଳେ ମହମ୍ମଦ ସାମି ୨ ଉଇକେଟ ନେଇଥିଲେ। ସେହିପରି ରବୀନ୍ଦ୍ର ଜେଡେଜା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଉଇକେଟ ନେବାରେ ସଫଳ ହୋଇଥିଲେ।

Share