Categories: ଖେଳ

ବିପର୍ଯ୍ୟୟ ଘଟାଇ ସେମି ଫାଇନାଲ ଆଶାରେ ଆଫଗାନିସ୍ତାନ

ମୁମ୍ବାଇ,୭ା୧୧: ବିଶ୍ୱକପ୍‌ ସେମି ଫାଇନାଲ ସୁରକ୍ଷିତ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ। ଏନେଇ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଆଫଗାନିସ୍ତାନ ସହ ମୁକାବିଲା କରିବ। ଅନ୍ୟପକ୍ଷେ ୩ଟି ବିପର୍ଯ୍ୟୟ ଘଟାଇ ସାରିଥିବା ଆଫଗାନିସ୍ତାନ ମଧ୍ୟ ମ୍ୟାଚ୍‌ ଜିତି ସେମି ଫାଇନାଲରେ ପହଞ୍ଚିବା ଆଶା ରହିଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ଆଗୁଆ ଯୋଗ୍ୟତା ଅର୍ଜନ କରିଥିବା ବେଳେ ସେମି ଫାଇନାଲ ପାଇଁ ଦୁଇଟି ସ୍ଥାନ ଖାଲି ରହିଛି। ତେବେ ଚଳିତ ବିଶ୍ୱକପ୍‌ର ନକ୍‌ ଆଉଟ ପୂର୍ବରୁ ଅଷ୍ଟ୍ରେଲିଆ ଏହାର ମଧ୍ୟକ୍ରମ ସମସ୍ୟା ଦୂରେଇବାକୁ ଚାହିଁବ। ଆଫଗାନିସ୍ତାନର ବୋଲିଂ ପ୍ରମୁଖ ଶକ୍ତି ହୋଇଥିବା ବେଳେ ଓ୍ବାଙ୍ଖ୍‌ଡେର ପରିସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ବିପରୀତ। ଏହାକୁ ବ୍ୟାଟିଂ ଭୂସ୍ବର୍ଗ ଭାବରେ ବିବେଚନା କରାଯାଉଥିବା ବେଳେ ଏହା ଆଫଗାନିସ୍ତାନ ପାଇଁ ସମସ୍ୟା ସୃଷ୍ଟି କରିବ।

Share