Categories: ଖେଳ

ଓ୍ବାଲର୍‌ଡ କପ ପାଇଁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ…

ମେଲବୋର୍ନ,୭।୮ : ଓ୍ବାଲର୍‌ଡ କପ ପାଇଁ ସମୟ ପାଖେଇ ଆସୁଛି। ଅକ୍ଟୋବର ୫ ରୁ ଭାରତରେ ମ୍ୟାଚ ଖେଳାଯିବ । ଓ୍ବାଲର୍‌ଡ କପ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟି-୨୦ ଏବଂ ୫ ଟି ଏକଦିବସୀୟ ଖେଳିବାକୁ ପଡିବ। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ଓ୍ବାଲର୍‌ଡ କପ ପାଇଁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି ଦଳ ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷରେ ଏକଦିବସୀୟ ସିରିଜ ଖେଳିବ। ଭେଟେରାନ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନ ଏଥିରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ଅର୍ଥାତ ସେ ଓ୍ବାଲର୍‌ଡ କପ ଦଳରୁ ବାହାରେ ଅଛନ୍ତି। ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ୩୦ ଅଗଷ୍ଟରୁ ଆରମ୍ଭ ହେଉଛି। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଅଷ୍ଟ୍ରେଲିଆକୁ ଓ୍ବାଲର୍‌ଡ କପ ପୂର୍ବରୁ ଭାରତ ବିପକ୍ଷରେ ୩ ଟି ଏକଦିବସୀୟ ଖେଳିବ। ହାତ ଫାଟିଯିବା କାରଣରୁ ପ୍ୟାଟ କମିନ୍ସ ୬ ସପ୍ତାହ ଦଳରୁ ବାହାରେ ଅଛନ୍ତି।

ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ଟି-୨୦ ଦଳର ନୂତନ ଅଧିନାୟକ କରାଯାଇଛି। ଏହା ବ୍ୟତୀତ ଦ୍ରୁତ ବୋଲର ସଚିନ ଆବଟ୍ଟ ଏବଂ ଆରୋନ ହାର୍ଡି ମଧ୍ୟ ବିଶ୍ୱକପ ପାଇଁ ଘୋଷିତ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ଲେଗ ସ୍ପିନର ତନଭୀର ସଙ୍ଗା ମଧ୍ୟ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସେ କିଛି ଦିନ ଧରି ପିଠିରେ ଆଘାତ ସହ ସଂଗ୍ରାମ କରୁଥିଲେ। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୨୧ ବର୍ଷୀୟ ବୋଲର ଦଳରେ ସ୍ଥାନ ପାଇଥିଲେ। ଯଦିଓ ସେ ଡେବ୍ୟୁ କରିବାର ସୁଯୋଗ ପାଇଲେ ନାହିଁ।

ତେବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଗ୍ଲେନ ମ୍ୟାକ୍ସୱେଲ ଉପଲବ୍ଧ ହେବେ ନାହିଁ। ଏଥିସହିତ ଅଧିନାୟକ ପାଟ କମିନ୍ସ ମଧ୍ୟ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ନାହିଁ।

ଓ୍ବାଲର୍‌ଡ କପ ପାଇଁ ସମ୍ଭାବ୍ୟ ୧୮ ଜଣିଆ ଦଳରେ ଡେଭିଡ ୱାର୍ନର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଂଗ୍ଲିସ, ଆଲେକ୍ସ କେରେ, ମାର୍କସ ଷ୍ଟୋଇନିସ, ମିଚେଲ ମାର୍ଶ, କ୍ୟାମେରନ ଗ୍ରୀନ, ଆରୋନ ହାର୍ଡି, ସଚନ ଆବଟ୍ଟ, ଆଷ୍ଟନ ଅଗର, ଆଦାମ ଜାମ୍ପା, ତାନଭୀର ସଙ୍ଗା, ପ୍ୟାଟ କମିନ୍ସ (୍‌ଅଧିନାୟକ), ମିଚେଲ ଷ୍ଟାର୍କ , ଜୋସ ହାଜଲେଉଡ ଏବଂ ନାଥାନ ଏଲିସ ପ୍ରମୁଖ ଅଛନ୍ତି।

Share