‘ଫିଲିପ ଗ୍ରୀନ ହେବେ ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର’, ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ ଦେଲେ ସୂଚନା

କ୍ୟାନବରା,୧୬।୬: ଫିଲିପ ଗ୍ରୀନ ବର୍ତ୍ତମାନ ଭାରତରେ ଅଷ୍ଟ୍ରେଲିଆର ପରବର୍ତ୍ତୀ ହାଇ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଫିଲିପ ଗ୍ରୀନଙ୍କୁ ଅଷ୍ଟ୍ରେଲିଆର ଭାରତର ହାଇ କମିଶନର କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଗ୍ରୀନ ଜର୍ମାନୀର ରାଷ୍ଟ୍ରଦୂତ ଅଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଘନିଷ୍ଠ ସମ୍ପର୍କ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ଦୂରଦୃଷ୍ଟି, ଆହ୍ବାନ ଏବଂ ଗଣତାନ୍ତ୍ରିକ ଐତିହ୍ୟ ବାଣ୍ଟିଛନ୍ତି। ସେ କହିଛନ୍ତି ଯେ ବିସ୍ତୃତ ଷ୍ଟ୍ରାଟେଜିକ ପାର୍ଟନରସିପ ମାଧ୍ୟମରେ ଏବଂ କ୍ୱାଡ ପାର୍ଟନର ଭାବରେ ଦୁଇ ଦେଶ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି।

Share