ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂଶରେ ଅଷ୍ଟ୍ରେଲିଆ ୩୩୮ ରନ୍ରେ ଅଲଆଉଟ ହୋଇଯାଇଛି। ଷ୍ଟିଭ୍ ସ୍ମିଥ୍ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୦୦ ରନ୍ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ଟି ଉଇକେଟ ହରାଇ ୧୬୬ ରନ କରିଥିଲା। କେବଳ ୱାର୍ଣ୍ଣର ୫ ଓ ପୁକୋଭସ୍କି ୬୨ ରନ କରି ଆଉଟ୍ ହୋଇଥିଲେ। ଗତକାଲି ଯଥାକ୍ରମେ ୬୭ ଓ ୩୧ ରନ କରି ଅପରାଜିତ ରହିଥିବା ମାରନସ ଲାବୁଶେନ ଓ ଷ୍ଟିଭ ସ୍ମିଥ ଆଜି ପୁଣି ଇନିଂଶକୁ ଆଗେଇ ନେଇଥିଲେ। ତେବେ ଲାବୁଶେନ ଶତକ ହାସଲ କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ସେ ୯୧ (୧୧ଟି ଚୌକା) ରନରେ ହୋଇଥିଲେ। ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଟେଷ୍ଟ ଡେବ୍ୟୁ କରିଥିବା ନବଦୀପ ସଇନି ୨ଟି ଉଇକେଟ ପାଇଛନ୍ତି।