ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ମେଲବୋର୍ନ,୧୨।୧: ଅଷ୍ଟ୍ରେଲିଆରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ମେଲବୋର୍ନରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖଲିସ୍ତାନ ସମର୍ଥକମାନେ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଚିତ୍ର ମଧ୍ୟ ଆଙ୍କିଛନ୍ତି। ଆକ୍ରମଣ ହୋଇଥିବା ମନ୍ଦିରର ନାମ ହେଉଛି ବାପ୍ସ ସ୍ବାମୀନାରାୟଣ ମନ୍ଦିର।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର ମଧ୍ୟରୁ ସ୍ବାମୀନାରାୟଣ ମନ୍ଦିର ଅନ୍ୟତମ। ମେଲବୋର୍ନର ମିଲ ପାର୍କରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରାଯିବା ସହିତ କାନ୍ଥରେ ହିନ୍ଦୁସ୍ତାନ ମୁର୍ଦାବାଦ ସ୍ଲୋଗାନ ଲେଖାଯାଇଛି। ଏହି ଆକ୍ରମଣକୁ ନିନ୍ଦା କରି ବାପ୍ସ ସ୍ବାମୀନାରାୟଣ ମନ୍ଦିର ପକ୍ଷରୁ କୁହାଯାଇଛି ଯେ, ଏହି ଭଙ୍ଗାରୁଜା ତଥା ଘୃଣ୍ୟ ଆକ୍ରମଣରେ ଆମେ ଗଭୀର ଦୁଃଖିତ ଏବଂ ଚକିତ। ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରୁଛୁ ଏବଂ ଶୀଘ୍ର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବୁ।

Share