ଭାରତୀୟ ଯାତ୍ରୀଙ୍କୁ ଅଷ୍ଟ୍ରେଲିଆ ମନା: ଉଲ୍ଲଂଘନ କଲେ ଜେଲଦଣ୍ଡ-ଜରିମାନା…

ସିଡ୍‌ନୀ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଦେଶ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଯାତ୍ରୀଙ୍କ ଉପରେ କଟକଣା ଲଗାଇ ସାରିଛନ୍ତି। ଏବେ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଭାରତୀୟ ଯାତ୍ରୀଙ୍କ ଉପରେ ସାମୟିକ ପ୍ରତିବନ୍ଧକ ଘୋଷଣା କରାଯାଇଛି। ମେ’ ୩ ଠାରୁ କୌଣସି ଭାରତୀୟ ଯାତ୍ରୀ ଅଷ୍ଟ୍ରେଲିଆରେ ପ୍ରବେଶ କରିପାରିବେ ନାହିଁ। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ଯାତ୍ରୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହିତ ଜରିମାନା ଦେବାକୁ ପଡ଼ିବ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଭାରତରେ ଥିବା ଅଷ୍ଟ୍ରେଲିଆ ନାଗରିକ ମଧ୍ୟ ସ୍ବଦେଶ ଫେରି ପାରିବେ ନାହିଁ। ଦେଖାଦେଇଥିବା କରୋନା ମହାମାରୀ ସଙ୍କଟ ସମୟରେ ଭାରତ ସହିତ ଅଷ୍ଟ୍ରେଲିଆ ଛିଡ଼ା ହୋଇଛି ବୋଲି ସରକାର କହିଛନ୍ତି। ତେବେ ଭାରତକୁ ଏଭଳି ସଙ୍କଟ ସମୟରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଅଷ୍ଟ୍ରେଲିଆ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Share