Categories: ଖେଳ

ଲଢୁଆ ବ୍ୟାଟିଂ କରି ଜିତିଲା ଅଷ୍ଟ୍ରେଲିଆ, ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ…

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚରେ ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିଛି। ଧାର୍ଯ୍ୟ ୨୯୨ ରନର ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ୭ ଓ୍ବିକେଟ ହରାଇ ୨୯୩ ରନ କରିଥିଲା।
ଏହି ବିଜୟ ଦ୍ୱାରା ଆଫଗାନିସ୍ତାନର ସେମିଫାଇନାଲ  ଆଶା ଧୂଳିସାତ ହୋଇଛି।

ଆଫଗାନିସ୍ତାନ ଅଧିନାୟକ ହାସମତୁଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପାଟ୍‌ କ୍ୟୁମିନ୍ସଙ୍କ ନେତୃତ୍ୱରେ ଟିମ୍‌ ଅଷ୍ଟ୍ରେଲିଆ ବୋଲିଂ ଆରମ୍ଭ କରିଥିଲା।
ଆଫଗାନିସ୍ତାନ ୫୦ ଓଭରରେ ୫ ଓ୍ବିକେଟ ହରାଇ ୨୯୧ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ ରହିଥିଲା।

Share