Categories: ଖେଳ

ଜାଡେଜାଙ୍କ ବୋଲିଂରେ ଘାଇଲା ହେଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌, ୧୧୩ରେ ଅଲଆଉଟ୍‌

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଜାରି ରହିଛି। ରବିବାର ଲଞ୍ଚ ବିରତି ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଦ୍ୱିତୀୟ ଇନିଂସରେ ୧୧୩ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ ବିଜୟ ଲାଗି ୧୧୫ ରନ୍‌ର ଟାର୍ଗେଟ ମିଳିଛି।

ତୃତୀୟ ଦିନରେ ଅଷ୍ଟ୍ରେଲିଆ ୧ ଉଇକେଟରେ ୬୧ ରନରୁ ଖେଳ ଆରମ୍ଭ କରିଥିଲା। ହେଲେ ମାତ୍ର ୪୯ରନ୍‌ ମଧ୍ୟରେ ଦଳ ବାକି ୯ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ ୪୩ ଏବଂ ମାର୍ନସ ଲାବୁଶେନ୍‌ ୩୫ ରନ୍‌ ସ୍କୋର କରିଥିଲେ। ସେହିଭଳି ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ପ୍ରଭାବୀ ବୋଲିଂ କରି ୭ ଉଇକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେବାରେ ସଫଳ ହୋଇଥିଲେ।

Share