Categories: ଖେଳ

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅଧିନାୟକତ୍ୱ ଭଲ ନ ଥିଲା ଏବଂ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଯୁକ୍ତିତର୍କ କରି ‘ମୂର୍ଖ’ ହୋଇଯାଇଥିଲି। ଭାରତକୁ ପରାଜୟରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ହନୁମା ବିହାରୀ ଏବଂ ରବିଚନ୍ଦ୍ର ଅଶ୍ୱିନ ବ୍ୟାଟିଂ କଲାବେଳେ ପେନ୍‌ ସ୍ଲେଜିଂ କରିବାକୁ ପଛାଇ ନ ଥିଲେ। ଭାରତ ୪୦୭ ରନର ଲକ୍ଷ୍ୟକୁ ପଛରେ ପକାଇ ମ୍ୟାଚ ଡ୍ର କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ ପରେ ପେନ୍‌ କହିଛନ୍ତି, ଗତକାଲି ମ୍ୟାଚ ପରେ ମୁଁ ତାଙ୍କ ସହ (ଅଶ୍ୱିନ) କଥା ହେଲି, ମୁଁ ତାଙ୍କୁ କହିଲି, ମୋ କାମ ମୋତେ ମୂର୍ଖତା ଲାଗିଲା। ମୁଁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନ ଥିଲି, କିଛି କଥା ସ୍ପଷ୍ଟ କରିବାକୁ ପଡୁଥିବାରୁ ଆସିଲି ବୋଲି ଅଷ୍ଟ୍ରେଲୀୟ ଅଧିନାୟକ କହିଛନ୍ତି। ସେ କହିଛନ୍ତି ମୁଁ ଏହି ଦଳର ନେତୃତ୍ୱ ନେଇଥିବାରୁ ମୁଁ ଗର୍ବିତ, ତେଣୁ ସିଡନୀ ଟେଷ୍ଟର ଶେଷ ଦିନ ଏମିତି ଘଟଣା ଘଟିଥିବାରୁ ମୁଁ କ୍ଷମା ମାଗିବାକୁ ଚାହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଥିଲା।

Share