Categories: ଖେଳ

ବିଶ୍ୱକପ୍‌ ଫାଇନାଲ୍‌ର ଏହି ଘଟଣାକୁ ଭୁଲିପାରୁନାହାନ୍ତି ଅଷ୍ଟ୍ରେଲିଆ ଅଧିନାୟକ: କହିଲେ, ମରିବା ପର୍ଯ୍ୟନ୍ତ…

ସିଡନୀ,୨୮।୧୧: ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଫାଇନାଲ ମ୍ୟାଚ୍‌ର ପ୍ରିୟ ମୁହୂର୍ତ୍ତ ଏବଂ ଉଇକେଟ ପ୍ରକାଶ କରିଛନ୍ତି। ସେ ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କ ଉଇକେଟ ଏହି ବିଶ୍ୱକପ୍‌ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଭାରତ ବନାମ ଅଷ୍ଟ୍ରେଲିଆର ବିଶ୍ୱକପ ଫାଇନାଲ ମ୍ୟାଚ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ଅର୍ଥାତ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଭାରତୀୟ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇଥିଲା।
ପ୍ୟାଟ କମିନ୍ସ ବିରାଟ କୋହଲିଙ୍କୁ ସେହି ଗ୍ରାଉଣ୍ଡରେ ଆଉଟ୍‌ କରିଥିଲେ। ଜଣେ ସାମ୍ବାଦିକ ପାଟ କମିନ୍ସଙ୍କୁ ପଚାରିଥିଲେ, ବିଶ୍ୱକପ ୨୦୨୩ର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ କ’ଣ ଥିଲା। ଏହି ପ୍ରଶ୍ନର ଉତ୍ତରରେ ପାଟ କମିନ୍ସ କହିଥିଲେ, ଫାଇନାଲରେ ବିରାଟ କୋହଲିଙ୍କ ଉଇକେଟ ମୋ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ହେବ, ଯାହା ମୋର ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ମନେ ରଖିବି।
ଅଷ୍ଟ୍ରେଲୀୟ ଅଧିନାୟକ କହିଛନ୍ତି, ବିରାଟ କୋହଲିଙ୍କ ଉଇକେଟ ପରେ ଆମେ ହର୍ଡଲକୁ ଯାଇଥିଲୁ ଏବଂ ତା’ପରେ ଷ୍ଟିଭ ସ୍ମିଥ କହିଥିଲେ, ସମସ୍ତେ ଏକ ସେକେଣ୍ଡ ପାଇଁ ଚୁପ ରୁହନ୍ତୁ ଏବଂ ଅନୁଭବ କରନ୍ତୁ ଯେ ଏହି ସ୍ଥାନଟି ବର୍ତ୍ତମାନ ଲାଇବ୍ରେରୀ ପରି ଶାନ୍ତ ଅଛି। ପଡିଆରେ ୧ ଲକ୍ଷ ଭାରତୀୟ ପ୍ରଶଂସକ ଶାନ୍ତ ରହିଥିଲେ। ମୁଁ ସେହି ମୁହୂର୍ତ୍ତକୁ ସର୍ବଦା ମନେ ରଖିବି।

Share