ସିଡନୀ,୨୭।୧୧: ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଶୁକ୍ରାବର ଅର୍ଥାତ୍ ଆଜି ପଡିଆକୁ ଓହ୍ଲାଇଛି। କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟଚ୍ଚ୍ରେ ଶିଖର ଧୱନଙ୍କ ସହ ଯୁବ ତାରକା ମୟଙ୍କ ଅଗ୍ରୱାଲ ଇନିଂସ ଆରମ୍ଭ କରିବେ। ସେହିପରି କେଏଲ ରାହୁଲ ପୂର୍ବଭଳି ମଧ୍ୟକ୍ରମରେ ବ୍ୟାଟିଂ କରିବେ। ବିରାଟ କୋହଲିଙ୍କ ଟିମ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା। କରୋନା ମହାମାରୀ କାରଣରୁ ଲମ୍ବା ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଟିମ ପକ୍ଷେ ଅଷ୍ଟ୍ରେଲିଆ ଧୂରନ୍ଦରକୁ ତା’ ନିଜ ମାଟିରେ ହରାଇବା ସହଜ ହେବନି। ଭାରତୀୟ ଟିମ ୧୯୯୨ ୱାଲର୍ଡ କପର ନେଭି ବ୍ଲୁ ଜର୍ସିରେ ନଜର ଆସିବ।