Categories: ଖେଳ

୮୯ ରନ୍‌ରେ ଅଷ୍ଟ୍ରେଲିଆ ପରାଜିତ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ନ୍ୟୁଜିଲାଣ୍ଡ ୮୯ ରନ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୧ ରନର ଟାର୍ଗେଟ ଦେଇଥିଲା। ଏହାର ପିଛା କରି ଅଷ୍ଟ୍ରେଲିଆ ଦଳ ୧୭.୧ ଓଭରରେ ୧୦ ଓ୍ବିକେଟ ହରାଇ ମାତ୍ର ୧୧୧ ରନ ସ୍କୋର କରିପାରିଥିଲା।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ ଜିତି କଙ୍ଗାରୁ ଦଳ ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲା। ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା। ଡିଭନ କନୱେ ଏବଂ ଫିନ ଆଲେନଙ୍କ ଏବଂ ଜେମ୍ସ ନେଶାମ ନ୍ୟୁଜିଲାଣ୍ଡ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ। କନୱେ ୫୮ ବଲରୁ ଅପରାଜିତ ୯୨ ରନ କରିଥିଲେ। ଏଥିସହିତ ଫିନ ଆଲେନ ୧୬ ଟି ବଲରେ ୪୨ ରନ ଏବଂ ଜେମ୍ସ ନିଶାମ ୧୩ ବଲରେ ୨୬ ରନ ସଂଗ୍ରହ କରିଥିଲେ।

ଅଷ୍ଟ୍ରେଲିଆର ଜୋଶ ହାଜଲେଉଡ ଦୁଇଟି ଏବଂ ଝାମ୍ପା ଗୋଟିଏ ୱିକେଟ ନେଇଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ସମ୍ପୂର୍ଣ୍ଣ ଫ୍ଲପ ହୋଇଥିଲେ। ଗ୍ଲେନ ମ୍ୟାକ୍ସୱେଲ ୨୮ ରନ ଏବଂ ପ୍ୟାଟ କମିନ୍ସ ୨୧ ରନ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡର ଟିମ ସୌଦି ଏବଂ ମିଚେଲ ସାଣ୍ଟନର୍‌ ପ୍ରତ୍ୟେକ ତିନିଟି ୱିକେଟ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ଦୁଇଟି ୱିକେଟ ପାଇଥିଲେ। ଫର୍ଗୁସନ ଏବଂ ସୋଡି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Share