Posted inଖେଳ

କ୍ୱାର୍ଟରରେ ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୮ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପ୍‌ର ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଯାଇଥିବା ବେଳେ ଘରୋଇ ଅଷ୍ଟ୍ରେଲିଆ ୨-୦ ଗୋଲରେ ଡେନମାର୍କକୁ ପରାସ୍ତ କରିଛି।
ନାଇଜେରିଆ-ଇଂଲଣ୍ଡ ମ୍ୟାଚ ନିର୍ଦ୍ଧାରିତ ଏବଂ ଅତିରିକ୍ତ ସମୟରେ ଗୋଲଶୂନ୍ୟ ରହିଥିଲା। ୮୭ ତମ ମିନିଟରେ ଇଂଲଣ୍ଡର ଲରେନ୍‌ ବେଲ୍‌ଙ୍କୁ ମିଳିଥିଲା ରେଡ୍‌ କାର୍ଡ। ପ୍ରତିପକ୍ଷ ଖେଳାଳି ମିଚେଲ୍‌ ଆଲୋଜିଙ୍କୁ ଧକା ମାରିବା କାରଣରୁ ବେଲ୍‌ଙ୍କୁ ପ୍ରଥମେ ୟେଲୋ କାର୍ଡ ମିଳିଥିଲା। ମାତ୍ର ପରେ ରେଫରି ରେଡ୍‌ କାର୍ଡ ପ୍ରଦାନ କରିଥିଲେ। ଫଳରେ ମ୍ୟାଚ୍‌ର ଅନ୍ତିମ ୩୩ ମିନିଟ ଇଂଲଣ୍ଡ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା।
ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ଅସମର୍ଥ ରହିଥିଲେ। ମ୍ୟାଚ୍‌ ପେନାଲ୍ଟି ଶୁଟଆଉଟକୁ ଯାଇଥିବା ବେଳେ ଇଂଲଣ୍ଡ ଗୋଲକିପର ମେରୀ ଅର୍ପସ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜର୍ଜିଆ ଷ୍ଟାନଓ୍ବେ ପ୍ରଥମ ଶଟ୍‌ ମାରିଥିବା ବେଳେ ଏହାକୁ ରୋକି ଦେଇଥିଲେ ନାଇଜେରିଆ ଗୋଲି। ବେଥାନି ଇଂଲଣ୍ଡ, ରାଚେଲ୍‌ ଡାଲି, ଆଲେକ୍ସ ଗ୍ରୀନ୍‌ଉଡ୍‌ ଓ କ୍ଲୋଏ କେଲି ଇଂଲଣ୍ଡ ପକ୍ଷରୁ ପରବର୍ତ୍ତୀ ୪ ଶଟ୍‌କୁ ଗୋଲରେ ପରିଣତ କରିଥିଲେ। ନାଇଜେରିଆ ପକ୍ଷରୁ ଡିଜାୟାର ଅପେରୋନୋଜି, ମିଚେଲ୍‌ ଆଲୋଜି ପ୍ରଥମ ଦୁଇ ଶଟ୍‌ କ୍ଲିୟର କରିବାରେ ବିଫଳ ହୋଇଥିଲେ। ପରବର୍ତ୍ତୀ ଦୁଇ ଶଟ୍‌ ରାଶିଡାଟ ଆବିଜାଦେ, କ୍ରିଷ୍ଟି ଉକେଇବେ ସ୍କୋର କରିଥିବା ବେଳେ ପଞ୍ଚମ ଶଟ୍‌ ମାରିବାର ସୁଯୋଗ ମିଳି ନ ଥିଲା।
ଡେନମାର୍କକୁ ୨-୦ ଗୋଲରେ ପରାସ୍ତ କରି ଆୟୋଜକ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଘରୋଇ ଦଳ ପକ୍ଷରୁ କାଇଟିଲିନ୍‌ ଫୁର୍ଡ(୨୯ ମିନିଟ) ଓ ହେଲି ରାସୋ(୭୦ ମିନିଟ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୨୯ତମ ମିନିଟରେ ଫାଉଲରଙ୍କ ପାଶ୍‌ ଡେନମାର୍କ ଡିଫେନ୍ସକୁ ଭେଦ କରିଥିବା ବେଳେ କାଇଟିଲିନ୍‌ ଫୁର୍ଡଙ୍କ ଶଟ୍‌ ଡେନମାର୍କ ଗୋଲକିପରଙ୍କୁ ପରାସ୍ତ କରିଥିଲା। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri