ଅଷ୍ଟ୍ରେଲିଆ ଦୂତାବାସ ସ୍ଥାନାନ୍ତର

ସିଡ୍‌ନୀ,୧୪।୨: ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ଥିବା ଅଷ୍ଟ୍ରେଲିଆ ଦୂତାବାସକୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମ ୟୁକ୍ରେନର ଲଭିଭ୍‌ ସହରର ଏକ ଅସ୍ଥାୟୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୟୁକ୍ରେନରେ ଥିବା ସମସ୍ତ ଅଷ୍ଟ୍ରେଲିଆ ନାଗରିକଙ୍କୁ ସ୍ଥାନ ଛାଡ଼ି ସ୍ବଦେଶ ଫେରିଆସିବାକୁ ପ୍ରଧାନମନ୍ତ୍ରୀ ମୋରିସନ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ଜା ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଫୋନ୍‌ ଯୋଗେ ଆଲୋଚନା ବିଫଳ ହେବା ପରେ ଅଷ୍ଟ୍ରେଲିଆ ଏହି ନିଷ୍ପତ୍ତି ନେଇଛି। ରୁଷିଆର ଏକଛତ୍ରବାଦୀ ଏବଂ ମନମୁଖି କାର୍ଯ୍ୟକୁ ସେ ନିନ୍ଦା କରିବା ସହ ଏହି ପ୍ରସଙ୍ଗରେ ଚାଇନା ନୀରବ ରହିବାକୁ ସମାଲୋଚନା କରିଛନ୍ତି।

Share