Categories: ଖେଳ

ଭାରତକୁ ୨୦୦ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଚେନ୍ନାଇ,୮।୧୦: ବିଶ୍ୱକପ ପଞ୍ଚମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୦୦ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ ଜିତିବା ପାଇଁ ୨୦୦ ରନ ଦରକାର। ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୪୬ ରନ ସ୍କୋର କରିଥିଲେ। ସେ ୭୧ ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ମାରିଥିଲେ। ଡେଭିଡ ୱାର୍ନର ୫୨ ବଲରେ ୪୧ ରନ ସଂଗ୍ରହ କରିଥିଲେ। ୱାର୍ନର ୬ଟି ଚୌକା ମାରିଥିଲେ। ଲାବୁସାଗ୍ନେ ୨୭ ରନ ଏବଂ ମ୍ୟାକ୍ସୱେଲ ୧୫ ରନ ଯୋଗଦାନ କରିଥିଲେ। ୧୫ ରନ ସ୍କୋର କରିବା ପରେ ପ୍ୟାଟ କମିନ୍ସ ଆଉଟ ହୋଇଥିଲେ।
ଭାରତୀୟ ସ୍ପିନରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ରବିନ୍ଦ୍ର ଜାଡେଜା ୧୦ ଓଭରରେ ୨୮ ରନ ଦେଇ ୩ ଉଇକେଟ ନେଇଥିଲେ। ୧୦ ଓଭରରେ ୪୨ ରନ ଦେଇ କୁଲଦୀପ ଯାଦବ ୨ ଉଇକେଟ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ, ଜଶପ୍ରୀତ ବୁମ୍‌ରା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share