Categories: ଖେଳ

କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ରାଉରକେଲା ଅଫିସ, ୨୦।୧: ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ବୃହତ୍‌ ବ୍ୟବଧାନ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବ୍ଲେକ୍‌ ଗୋଭର୍ସ ୩, ୧୪, ୧୮ ଓ ୧୯ତମ ମିନିଟରେ ହ୍ୟାଟ୍ରିକ ସହ ୪ଟି ଗୋଲ ଦେଇ ଅଷ୍ଟ୍ରେଲିଆର ବୃହତ୍‌ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବ୍ୟତୀତ ଟମ୍‌ କ୍ରେଗ୍‌ ୯ମ, ଜ୍ୟାକ ହାର୍ଭି ୨୧, ଡାନିଏଲ ବାଲେ ୨୭, ଜେରେମି ହଓ୍ବୋର୍ଡ ୩୧ ଓ ଟିମ୍‌ ବ୍ରାଣ୍ଡ ୪୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନ୍‌କୋବିଲେ ଏନ୍‌ଟୁଲି ୭ମ ଏବଂ ଟେଭିନ୍‌ କୋକ୍‌ ୫୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ଗୋଭର୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କୃତ ହୋଇଥିଲେ।

Share