Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ଗକବର୍ହା,୧୯।୨: ମହିଳା ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଦଳର ବ୍ୟାଟ୍ସମ୍ୟାନ ତାହଲିଆ ମ୍ୟାକଗ୍ରାଥଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ବିଶ୍ୱକପ୍‌ର ଗ୍ରୁପ-୨ ମ୍ୟାଚରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ସେମିଫାଇନାଲ ଟିକେଟ ନିଶ୍ଚିତ କରିଛି।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ୧୨୪ ରନ ସଂଗ୍ରହ କରିଥିଲା। ଦଳ ପାଇଁ ତେଜମିନ ବ୍ରିଟ୍ସ ସର୍ବାଧିକ ୪୫ ରନ ଯୋଗଦାନ କରିଥିଲେ। କ୍ୟାପଟେନ ସୁନ ଲୁସ ୨୦ ରନ ସଂଗ୍ରହ କରିଥିବାବେଳେ ଓପନର୍‌ ଲୌରା ୱଲଫାର୍ଟ ୧୯ ରନ୍‌ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଜର୍ଜିଆ ୱାରେହମ ଦୁଇଟି ଏବଂ ମେଗାନ ସ୍କଟ, ଡାର୍ସି ବ୍ରାଉନ, ଏଲିସେ ପେରି, ଗାର୍ଡନର୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share