Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ର ଫାଇନାଲରେ ଅଷ୍ଟ୍ରେଲିଆ: ଜାଣନ୍ତୁ ଭାରତ ପାଇଁ କ’ଣ ରହିଛି ସମୀକରଣ

ଇନ୍ଦୋର, ୩।୩: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୯ ଉଇକେଟରେ ଭାରତକୁ ପରାସ୍ତ କରିଛି। ଇନ୍ଦୋର ଟେଷ୍ଟରେ ବିଜୟ ପରେ କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ମ୍ୟାଚରେ ପହଞ୍ଚିବାରେ ଏହା ପ୍ରଥମ ଦଳ ହୋଇପାରିଛି। ଯଦି ଭାରତୀୟ ଦଳ ଏହି ମ୍ୟାଚ ଜିତିଥାନ୍ତା ତେବେ ଫାଇନାଲରେ ପହଞ୍ଚିଥାନ୍ତା, କିନ୍ତୁ ଏବେ ଭାରତକୁ ଅପେକ୍ଷା କରିବାକୁ ପଡିବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ଜୁନ ୭ ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଖେଳାଯିବ।
ଏହି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଅବଧି (୨୦୨୧-୨୩) ମଧ୍ୟରେ ଅଷ୍ଟ୍ରେଲିଆ ଦଳ ୧୮ଟି ଟେଷ୍ଟ ମଧ୍ୟରୁ ୧୧ଟି ଜିତିଛି । ଅନ୍ୟପକ୍ଷରେ ଭାରତୀୟ ଦଳ ୧୮ଟି ଟେଷ୍ଟ ମ୍ୟାଚ ଖେଳିଛି। ସେ ୧୦ଟି ଜିତିଛି। ୫ଟି ମ୍ୟାଚ୍‌ ହାରିଥିବାବେଳେ ଦୁଇଟି ମ୍ୟାଚ ଡ୍ର’ ହୋଇଛି।
ଇନ୍ଦୋରରେ ବିଜୟ ପରେ ଅଷ୍ଟ୍ରେଲିଆର ପଏଣ୍ଟ ଟେବୁଲ ୬୮.୫୨ ପ୍ରତିଶତରେ ପହଞ୍ଚିଛି। ଭାରତ ବିପକ୍ଷ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ହାରିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ଅନ୍ୟପକ୍ଷରେ ପରାଜୟ ପରେ ଟିମ ଇଣ୍ଡିଆର ୬୦.୨୯ ପ୍ରତିଶତ ପଏଣ୍ଟ ରହିଛି। ଭାରତ ଏବେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି।
ଭାରତ ଫାଇନାଲ୍‌ ଯିବାର ସମୀକରଣ
-ଯଦି ଅହମ୍ମଦାବାଦ ଟେଷ୍ଟରେ ଟିମ ଇଣ୍ଡିଆ ହାରିଯାଏ କିମ୍ବା ସେହି ମ୍ୟାଚ ଡ୍ର ରହିଯାଏ, ତେବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।

-ଯଦି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ଭାରତ ହାରିଯାଏ ତେବେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

-ଏଭଳି ପରିସ୍ଥିତିରେ ଦୁଇ ଟେଷ୍ଟ ସିରିଜରେ ଅନ୍ତତଃ ପକ୍ଷେ ଗୋଟିଏ ମ୍ୟାଚରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରୁ ଏହା ଭାରତ ଚାହିଁବ।

Share