Categories: ଖେଳ

ସ୍ମିଥ, ଲାବୁଶେନଙ୍କ ଶତକ: ଅଷ୍ଟ୍ରେଲିଆ ୨୯୮/୫

ଗାଲେ,୮ା୭: ଗାଲେ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିଛନ୍ତି ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ମାର୍ନସ୍‌ ଲାବୁଶେନ୍‌। ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଉଇକେଟ୍‌ ହରାଇ ୨୯୮ ରନ୍‌ କରିଛି।

ଖେଳ ଶେଷ ହେବା ବେଳକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ୧୦୯ ରନ୍‌ କରି ଅପରାଜିତ ରହିଛନ୍ତି। ଏପରି କି ଦୀର୍ଘଦିନ ପରେ ସ୍ମିଥ ଶତକ ହାସଲ କରିଛନ୍ତି। ଶେଷ ଥର ପାଇଁ ସ୍ମିଥ ୨୦୨୧ ଜାନୁୟାରୀରେ ଭାରତ ବିରୋଧରେ ଶତକ ହାସଲ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଡେବ୍ୟୁ କରିଥିବା ପ୍ରଭାତ ଜୟସୁରିୟା ସଫଳ ବୋଲର ଭାବେ ୯୦ ରନ୍‌ ବ୍ୟୟ କରି ୩ ଉଇକେଟ ଅକ୍ତିଆର କରିଛନ୍ତି।

୪ ଜଣ ଶ୍ରୀଲଙ୍କା ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରଭାତ ଜୟସୁରିୟା, ମହୀଶ ତୀକ୍ଷଣା ଓ କାମିନ୍ଦୁ ମେଣ୍ଡିସ୍‌ ଦଳରେ ପଦାର୍ପଣ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଜୟସୁରିୟା ୩ଟି ଉଇକେଟ ନେଇଥିବା ବେଳେ କସୁନ ରଜିଥା ଓ ରମେଶ ମେଣ୍ଡିସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଟସ୍‌ ଜିତି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା।

 

Share