ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

ଇସ୍ତାନବୁଲ୍‌,୭।୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୫ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ହୋଇଥିବା କୁହାଯାଇଛି। ଏବେ ବି ଘଟଣାସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶହ ଶହ ଲୋକ ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଇତିମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁର୍କୀ ଏବଂ ସିରିଆର ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ୧୧ ମିଲିୟନ ଡଲାର (ପ୍ରାୟ ୯୦ କୋଟି ଟଙ୍କା) ଆର୍ଥିକ ସହାୟତା ଘୋଷଣା କରିଛି। ଏତଦ୍‌ବ୍ୟତୀତ ଯେକୌଣସି ସହାୟତା ପାଇଁ ଏହି ୨ ଦେଶ ତୁର୍କୀକୁ ଆଶ୍ୱାସନା ଦେଇଛନ୍ତି।

Share