ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କର ମୃତ୍ୟୁ ଘଟିଛି। ପାର୍କ ଏବଂ ୱାଇଲ୍ଡ ଲାଇଫ ସର୍ଭିସ କହିଛି, ପଶ୍ଚିମ ଅଷ୍ଟ୍ରେଲିଆର ଚେନ୍ସ ବେଳାଭୂମିରେ ପ୍ରାୟ ୧୦୦ ପାଇଲଟ ତିମି ପହଞ୍ଚିଥିଲେ। ଏଠାରେ ଫସି ରହିବା ଯୋଗୁ ରାତାରାତି ୫୧ଟି ପାଇଲଟ ତିମି ପ୍ରାଣ ହରାଇଥିଲେ। ଅବଶିଷ୍ଟ ୪୬ ତିମିଙ୍କୁୁ ଗଭୀର ଜଳକୁ ପଠାଇବାକୁ ଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି।

ଦି ଗାର୍ଡିଆନ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳେ ଆଲବାନିର ୬୦କିଲୋମିଟର ପୂର୍ବରେ ଥିବା ଚେନ୍ସ ବିଚ ନିକଟରେ ପାଇଲଟ ତିମିମାନେ ଖେଳୁଥିବାର ଦେଖାଯାଇଥିଲା। ସଂଧ୍ୟା ସମୟରେ ସେମାନେ ଆସିି ତଟରେ ପହଞ୍ଚିଥିଲେ। କିନ୍ତୁ ପରେ କିଛି ଅସୁସ୍ଥତା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏହାର ପ୍ରାୟ ଏକ ସପ୍ତାହ ପୂର୍ବରୁ ସ୍କଟଲାଣ୍ଡର ଲୁଇସ ଦ୍ୱୀପପୁଞ୍ଜରେ ଥିବା ଟ୍ରାଗ ମୋର୍‌ ବେଳାଭୂମିରେ ୫୫ଟି ତିମିଙ୍କର ମୃତ୍ୟୁ ହୋଇଥିଲା।

Share