ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାର୍ଡ ସମ୍ମିଳନୀ ରଦ୍ଦ

କାନବେରା,୧୭।୫: ଅଷ୍ଟ୍ରେଲିଆରେ ମେ’୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଡ ବୈଠକକୁ ରଦ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ବୈଠକରେ ଯୋଗ ଦେଇପାରିବେନି ବୋଲି ଏଭଳି ନିଷ୍ପତ୍ତି ନିଆଯାିଥିବା ଜଣାପଡିଛି।

ଅଷ୍ଟ୍ରେଲିଆ, ଆମେରିକା, ଜାପାନ ଏବଂ ଭାରତର ନେତାମାନେ ମେ’ ୨୪ରେ ଅଷ୍ଟ୍ରେଲିଆର ସିଡନୀରେ ବୈଠକ ହେବାର କାର୍ଯ୍ୟକ୍ରମ ଥିଲା। ହେଲେ ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ଦିନ ପୂର୍ବରୁ ଫେଡେରାଲ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଡିଫଲ୍ଟକୁ ବଞ୍ଚାଇବା ପାଇଁ ଋଣସମୟ ବଢାଇବା ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଆମେରିକା କଂଗ୍ରେସ ସହ ଆଲୋଚନା କରିବେ। ଏହି କାରଣରୁ ବାଇଡେନ ଅଷ୍ଟ୍ରେଲିଆ ଗସ୍ତ ବାତିଲ କରିଦେଇଥିଲେ।

ଆନ୍ଥୋନି କହିଛନ୍ତି, ଜାପାନରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଚାରି ଦେଶର ନେତା ଏକାଠି ହେବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିରେ ଜୋ ବାଇଡେନ ଅତିଥି ଭାବରେ ଯୋଗଦେବେ।
ବୁଧବାର ସେ ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ସପ୍ତାହରେ ସିଡନୀରେ କ୍ୱାର୍ଡ ନେତାଙ୍କ କୌଣସି ବୈଠକ ହେବ ନାହିଁ।

Share