ଅଷ୍ଟ୍ରେଲିୟାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

କାନବେରା,୨୮ ।୧୨: ଅଷ୍ଟ୍ରେଲିୟାର ନ୍ୟୁ ସାଉଥ୍ ୱେଲସ୍ ସହରରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂଆ ଭାରିଏଣ୍ଟ ଓମିକ୍ରନରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ଦୁଇଟି ଯାକ ଡୋଜ ଭ୍ୟାକ୍ସିନ ନେଇ ସାରିଥିଲେ । ହେଲେ ସ୍ୱାସ୍ଥ୍ୟ ସମ୍ପର୍କିତ ଗମ୍ଭୀର ସମସ୍ୟାରେ ସେ ପିଡ଼ିତ ଥିଲେ । ଅଷ୍ଟ୍ରେଲିୟାରେ ଏହା ଓମିକ୍ରନର ପ୍ରଥମ ମୃତ୍ୟୁ । ଏପଟେ କୋଭିଡ-୧୯ରେ ୬ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ନ୍ୟୁ ସାଉଥ୍ ୱେଲସରେ ସୋମବାର କରୋନାରେ ୬,୩୨୪ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୫୨୪ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୫୫ ଜଣ ଆଇସିୟୁରେ ଅଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସୋମବାଠାରୁ ନ୍ୟୁ ସାଉଥ୍ ୱେଲସରେ କିଛି ନୂଆ ନିୟମ ଲାଗୁ କରାଯାଇଛି ।

Share