ଇସ୍ରାଏଲକୁ ଝଟକା, ପଶ୍ଚିମ ଜେରୁଜେଲମକୁ ରାଜଧାନୀ ମାନିବାକୁ ରାଜି ନୁହେଁ ଅଷ୍ଟ୍ରେଲିୟା

କାନବେରା,୮ ।୧୦: ଅଷ୍ଟ୍ରେଲିୟା ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟ୍ରେଲିୟା ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ମାନିବାକୁ ମନା କରି ଦେଇଛନ୍ତି ଓ ମାନ୍ୟତାକୁ ଫେରାଇ ନେଇଛନ୍ତି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏହା ଶାନ୍ତି କଥାବାର୍ତ୍ତାର ଏକ ଅଂଶ ବୋଲି ସରକାର ଏହି ନିଷ୍ପତ୍ତିକୁ ବର୍ଣ୍ଣନା କରିଛନ୍ତି । ସୂଚନାଯୋଗ୍ୟ, ଅଷ୍ଟ୍ରଲିୟାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ପଶ୍ଚିମ ଜେରୁଜେଲମକୁ ୨୦୧୮ ମସିହାରେ ଇସ୍ରାଏଲର ରାଜଧାନୀ ଭାବେ ସ୍ୱୀକୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନର ନୂଆ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ।

Share