ଅଷ୍ଟ୍ରେଲିଆରେ ହୃଦୟ ବିଦାରକ ଘଟଣା, ନିଆଁରେ ପୋଡି ହୋଇ ପିତାଙ୍କ ସମେତ ୫ ଶିଶୁ ମୃତ

ସିଡନୀ,୬।୮: ଅଷ୍ଟ୍ରେଲିଆର ରସେଲ ଦ୍ୱୀପରେ ରବିବାର ଜଣେ ପିତାଙ୍କ ସମେତ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ହୃଦୟ ବିଦାରକ ଓ ଭୟଙ୍କର ବୋଲି ବର୍ଣ୍ଣନା କରିଛି। ରବିବାର ସକାଳେ ବ୍ରିସବେନ ନିକଟ ରସେଲ ଦ୍ୱୀପରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା। ନିଆଁରେ ଘରଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ତେବେ ଏହି ଦୁର୍ଘଟଣାରୁ ମା’ ବଞ୍ଚି ଯାଇଥିବା ବେଳେ ପିତାଙ୍କ ସମେତ ୫ ଶିଶୁଙ୍କର ମୃତ୍ୟୁ ହୋଇଛି।

ଉନ୍ନତ ଚିକିତ୍ସା ପାଇଁ ୨୮ବର୍ଷୀୟା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣଙ୍କ ଅତ୍ୟନ୍ତ ବିବ୍ରତ ଅବସ୍ଥାରେ ଥିବା ପୋଲିସ କହିଛି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଘରଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ରହିଛି। ଏଥିମଧ୍ୟରେ ୩୪ ବର୍ଷ ବୟସ୍କ ପୁରୁଷ ଏବଂ ୫ପୁଅ ଥିଲେ, ଏମାନଙ୍କ ବୟସ ୧୧ ରୁ ୩ ବର୍ଷ ମଧ୍ୟରେ ଥିଲା। ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

Share