Categories: ଖେଳ

ଦ୍ୱିତୀୟ ଟେଷ୍ଟ: ୨୬୩ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରି ଅଲ୍‌ଆଉଟ ହୋଇଛି। ଦଳର ଉସ୍‌ମାନ ଖୱାଜା ୮୧ ରନ୍‌ କରିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ୭୨ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରିବାରେ ସକ୍ଷମ ହୋଇଛି। ଭାରତର ମହମ୍ମଦ ଶାମି ୪ ଉଇକେଟ ନେବାରେ ସଫଳ ହୋଇଛନ୍ତି। ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନ ୩ଟି ଲେଖାଏ ଉଇକେଟ ନେଇଥିଲେ।

Share