Categories: ଖେଳ

ପ୍ରଥମ ଇନିଂସ୍‌ରେ ୪୬୯ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ଲଣ୍ଡନ,୮।୬: ଦି ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଗୁରୁବାର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୪୬୯ କରି ଅଲ୍‌ଆଉଟ ହୋଇଯାଇଛି। ଟ୍ରାଭିସ ହେଡ୍‌ ଏବଂ ଷ୍ଟିଭେନ୍‌ ସ୍ମିଥଙ୍କ ଦମ୍‌ଦାର ଶତକ ବଲରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ସଫଳ ହୋଇଛି। ଟ୍ରାଭିସ ହେଡ୍‌ ୧୬୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଓ ଷ୍ଟିଭେନ୍‌ ସ୍ମିଥ ୧୨୧ ରନ୍‌ କରିଥିଲେ।

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଏହା ଭାରତକୁ ଆରମ୍ଭିକ ସୁଫଳ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଆସି ମାତ୍ର ୨ ରନ୍‌ରେ ପ୍ରଥମ ଉଇକେଟ ହରାଇ ଥିଲା। ୪ର୍ଥ ଓଭରର ତୃତୀୟ ବଲ୍‌ରେ ଉସମାନ ଖ୍ବାଜାଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦେଇଥିଲେ ମହମ୍ମଦ ସିରାଜ।

ଡେଭିଡ୍‌ ଓ୍ବାର୍ନର ଓ ମାର୍ନସ ଲାବୁସେନ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ଦ୍ୱିତୀୟ ଉଇକେଟରେ ଦୁହେଁ ୬୯ ରନ୍‌ କରିଥିଲେ। ଓ୍ବାର୍ନର ୪୩ ରନ୍‌ କରି ଆଉଟ ହୋଇଥିଲେ। ଏହାର କିଛି ସମୟ ପରେ ଲାବୁସେନଙ୍କୁ ମହମ୍ମଦ ଶାମି ଆଉଟ କରି କରିଥିଲେ। ଫଳରେ ୭୬ ରନ୍‌ରେ ଅଷ୍ଟ୍ରେଲିଆ ତୃତୀୟ ଉଇକେଟ ହରାଇ ସଂକଟରେ ପଡ଼ିଥିଲା।

ହେଲେ ଷ୍ଟିଭେନ୍‌ ସ୍ମିଥ ଏବଂ ଟ୍ରାଭିସ ହେଡ୍‌ କ୍ରିଜରେ ଯୋଗଦେବା ପରେ ଦଳର ସ୍ଥିତି ବଦଳି ଯାଇଥିଲା। ସ୍ମିଥ ଧର୍ଯ୍ୟର ସହ ଇନିଂସକୁ ଆଗକୁ ନେଇଥିବା ବେଳେ ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଭାରତୀୟ ବୋଲରଙ୍କୁ ମୁକାବିଲା କରି ଅଷ୍ଟ୍ରେଲିଆକୁ ଦୃଢ଼ ସ୍ଥିତିକୁ ଆଣିଥିଲେ। ସେ ଟେଷ୍ଟ କ୍ରିକେଟରେ ୬ଷ୍ଠ ଶତକ ପୂରଣ କରିଥିଲେ। ସେହିପରି ଦ୍ୱିତିୟ ଦିନ ଖେଳ ଆରମ୍ଭ କରିଥିଲେ ହେଡ୍‌ ଏବଂ ସ୍ମିଥ। ୯୧ ଓଭରରେ ହେଡ୍‌ ୧୬୩ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ୯୮ ଓଭରରେ ସ୍କିଥ ୧୨୧ ରନ୍‌ କରି ଆଉଟ ହୋଇଥିଲେ। ପରେ ଦଳର ଲଗାତର ଉଇକେଟ ପତନ ହୋଇଥିଲା। କ୍ୟାମରନ୍‌ ଗ୍ରୀନ ୬ ରନ୍‌ କରିଥିବା ବେଳେ ମିଚେଲ ଷ୍ଟାର୍କ ୫ ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ଆଲେକ୍ସ କେରି ୪୮ ରନ୍‌ କରିଥିବା ବେଳେ ଓ ଅଧିନାୟକ ପ୍ୟାଟ୍‌ କମିନ୍ସ ୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ନାଥର ଲିଅନ୍‌ ୯ରନ୍‌ କରିଥିବା ବେଳେ ସ୍କଟ୍‌ ବୋଲାଣ୍ଡ ୧ ରନ୍‌ କରି ନଟ୍‌ ଆଉଟ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୪୬୯ ରନ୍‌ କରିବାରେ ସକ୍ଷମ ହୋଇଛି।

ଭାରତର ମହମ୍ମଦ ସିରାଜ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ସହମ୍ମଦ ସାମି ଏବଂ ଶାଦ୍ଦୁଲ ଠାକୁର ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ରବିନ୍ଦ୍ର ଜଡେଜା ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share