Categories: ଜାତୀୟ

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ଏହା ନିଶ୍ଚିତ କରିଛି। ୧୯୯୮ ପରଠାରୁ ଏହା ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ହେବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ୩ ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ଗୋଟିଏ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ନିକଟରେ ସୁରକ୍ଷା ଦୃଷ୍ଟିରୁ ନ୍ୟୁଜିଲାଣ୍ଡଏବଂ ଇଂଲଣ୍ଡ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଥିଲେ। ଏବେ ଅଷ୍ଟ୍ରେଲିଆ ପୁରା ସିରିଜ ଖେଳିବାକୁ ରାଜି ହୋଇଛି। ୧୯୯୮ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା।

Share