Categories: ଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୩।୨: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଅନେକ ବଡ ଖେଳାଳି ୧୬ ଜଣିଆ ଦଳକୁ ଫେରିଛନ୍ତି। ସ୍ପିନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଏହି ସିରିଜକୁ ଫେରିଛନ୍ତି। ସେ ଗୋଡରେ ଆଘାତ ସହ ସଂଗ୍ରାମ କରୁଥିଲେ। ଗୋଡରେ ଆଘାତ ଲାଗିବା ପରେ ମିଚେଲ ମାର୍ଶ ମଧ୍ୟ ଦଳକୁ ଫେରିଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଜେଇ ରିଚାର୍ଡସନ ମଧ୍ୟ ଦଳକୁ ଫେରିଛନ୍ତି। ହାମଷ୍ଟ୍ରିଂ ଆଘାତ ହେତୁ ସେ ଦଳ ବାହାରେ ଥିଲେ। ପ୍ୟାଡ କମିନ୍ସଙ୍କୁ ମଧ୍ୟ ଦିନିକିଆ ଦଳର ଅଧିନାୟକତ୍ୱ ଦିଆଯାଇଛି।

ଏହି ସିରିଜରେ ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ ଏବଂ ମାର୍ନୁସ ଲାବୁଶେନଙ୍କ ଭଳି ଷ୍ଟାର ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ କଙ୍ଗାରୁ ଦଳର ଅଂଶ ହେବେ। ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପୂର୍ବରୁ ଏହି ସିରିଜ ଅଷ୍ଟ୍ରେଲିଆକୁ ଏକ ଭଲ ଅଭ୍ୟାସ ଅଧିବେଶନ ଯୋଗାଇବ ବୋଲି ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି।

ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମାର୍ଚ୍ଚ ୧୭ରେ ମୁମ୍ବାଇରେ, ଦ୍ୱିତୀୟ ମ୍ୟାଚ ମାର୍ଚ୍ଚ ୧୯ରେ ଭାଇଜାଗରେ ଏବଂ ତୃତୀୟ ଦିନିକିଆ ୩୩ ମାର୍ଚ୍ଚରେ ଚେନ୍ନାଇରେ ଅନୁଷ୍ଠିତ ହେବ।

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ
ପ୍ୟାଟ କମିନ୍ସ (ଅଧିନାୟକ), ସିନ୍‌ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କେରି, କ୍ୟାମେରନ ଗ୍ରୀନ, ଟ୍ରାଭିସ ହେଡ, ଜୋସ ଇଂଲିସ, ମାର୍ନସ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଜେଇ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଏନିସ, ଡେଭିଡ ୱାର୍ନର, ଆଡାମ ଜାମ୍ପା ।

Share