ଖେଳାଳିଙ୍କୁ ଖରାପ ଖାଦ୍ୟ ଦେବା ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରୁ ଅଷ୍ଟ୍ରେଲିଆ: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ସିଡନୀରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ବୁଧବାର ଖାଦ୍ୟକୁ ନେଇ ବିବାଦ ଲାଗି ରହିଥିଲା। ଅଭ୍ୟାସ ଅଧିବେଶନ ପରେ ଟିମ ଇଣ୍ଡିଆ ଖେଳାଳିମାନେ ଥଣ୍ଡା ଖାଦ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ ଦଳ ୪୨ କିଲୋମିଟର ଦୂରକୁ ଯାଇ ଅଭ୍ୟାସ କରିବାକୁ ମନା କରିଦେଇଥିଲେ। ଏହି ବିବାଦ ଉପରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହା ଭୁଲ ଏବଂ ଏହା ହେବା ଉଚିତ ନୁହେଁ। ଅଷ୍ଟ୍ରେଲୀୟ କ୍ରିକେଟ ବୋର୍ଡ ଏହାକୁ ଗୁରୁତର ସହ ବିଚାର କରିବା ଉଚିତ୍‌।
ଏକ କାର୍ଯ୍ୟକ୍ରମ ସମୟରେ ଅନୁରାଗ ଠାକୁର କହିଛନ୍ତି, ଯେତେବେଳେ ସାରା ବିଶ୍ୱରୁ ଲୋକମାନେ ଭାରତକୁ ଆସନ୍ତି, ସେତେବେଳେ ଭାରତ ଆୟୋଜନରେ କୌଣସି କମ୍‌ କରି ନ ଥାଏ। ବିଶ୍ୱର ଅନେକ ଦେଶମାନେ ଜାଣନ୍ତି ଅଧିକାଂଶ ଭାରତୀୟ ଖେଳାଳି ମଧ୍ୟ ଶାକାହାରୀ ଅଟନ୍ତି। ଦେଶ ବାହାରେ ଖାଇବା ପାଇଁ ଏକ ବଡ ସମସ୍ୟା ଥିଲ। ଯେତେବେଳେ ମୁଁ ବୋର୍ଡ ସଭାପତି ଏବଂ ସାଧାରଣ ସଚିବ ଥିଲି, ଅନେକ ଥର ମୁଁ ଦଳ ସହିତ ରୋଷେୟା ପଠାଉଥିଲି। ଯାହା ଦ୍ୱାରା ଖେଳାଳିଙ୍କୁ ଖାଦ୍ୟର କୌଣସି ସମସ୍ୟାର ଅନୁଭବ କରୁ ନ ଥିଲେ। ଅଷ୍ଟ୍ରେଲିଆ ଭଳି ଦେଶରେ ଏହି ପ୍ରକାର ସମସ୍ୟା ଉପୁଜିବା ଉଚିତ ନୁହେଁ। ସେଠାରେ ଭାରତୀୟ ମୂଳରୁ ଅନେକ ଲୋକ ଅଛନ୍ତି। ସେଠାରେ ଭାରତୀୟ ରୋଷେଇର କୌଣସି ଅଭାବ ନାହିଁ। ଯଦି ଅଷ୍ଟ୍ରେଲିଆରେ ଏହା ଘଟେ, ତେବେ ସେଠାରେ ଥିବା କ୍ରିକେଟ ବୋର୍ଡ ଏହା ଉପରେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ୍‌। ଯଦି ଖେଳାଳିମାନେ ସଠିକ ଭାବରେ ଖାଆନ୍ତି ନାହିଁ ତେବେ ଜଣେ କିପରି ଭଲ ପ୍ରଦର୍ଶନ କରିବାକୁ ଆଶା କରିପାରିବ।

Share