ଅଷ୍ଟ୍ରେଲିଆରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ,ନାଜି ପ୍ରତୀକ ଉପରେ ଲଗାଯିବ ପ୍ରତିବନ୍ଧକ, ସରକାର ଆଣିବେ ଆଇନ…

ମେଲବୋର୍ନ,୮।୬ : : ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ବୃଦ୍ଧି ଯୋଗୁ ଅଷ୍ଟ୍ରେଲିଆ ସରକାର ସାରା ଦେଶରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ସ୍ବସ୍ତିକ ଚିହ୍ନ ଏବଂ ନାଜି ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଏଥିପାଇଁ ଏକ ଆଇନ ଆଣିବାକୁ ଯାଉଛନ୍ତି। ଆଟର୍ନି ଜେନେରାଲ ମାର୍କ ଡ୍ରେଫସ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଅଧିକାଂଶ ଅଷ୍ଟ୍ରେଲିୟା ରାଜ୍ୟ ଏହିପରି ନାଜି ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି, କିନ୍ତୁ ସଂସଦର ଏହି ଫେଡେରାଲ ନିୟମ ଏହିପରି ପ୍ରତୀକଗୁଡ଼ିକର ବ୍ୟବହାର ହ୍ରାସ କରିବ ବୋଲି ଆଶା କରାଯାଉଛି।

ଏହି ନିଷେଧାଦେଶ କେବେ ଲାଗିବ କିମ୍ବା କାର୍ଯ୍ୟକାରୀ ହେବ ତାହା ଅସ୍ପଷ୍ଟ ରହିଛି। ନାଜିର ପ୍ରତୀକ ପ୍ରଦର୍ଶନ କରୁଥିବା ଲୋକଙ୍କ ପାଇଁ ଏହି ଆଇନରେ ଜରିମାନା ଏବଂ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିବ।

ଧାର୍ମିକ, ଶିକ୍ଷାଗତ କିମ୍ବା କଳାତ୍ମକ ଉଦ୍ଦେଶ୍ୟ ପାଇଁ ଏହି ପ୍ରତୀକଗୁଡିକର ପ୍ରଦର୍ଶନ ନିଷେଧ ବର୍ଗରେ ପଡ଼ିବ ନାହିଁ। ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମର ଲୋକଙ୍କ ପାଇଁ ଏହା ସ୍ବସ୍ତିକ ଚିହ୍ନ ବ୍ୟବହାର ଉପରେ ପ୍ରଭାବ ପକାଇବ ନାହିଁ।

Share