ମେଲବୋର୍ନ,୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ୧୯୫ରନ୍ରେ ଅଲଆଉଟ୍ ହୋଇଛନ୍ତି। ପରେ ଭାରତୀୟ ଦଳ ନିଜର ପ୍ରଥମ ପାଳିରେ ୧୧ ଓଭର ଖେଳି ୩୬ ରନ୍ କରିଛନ୍ତି। ଚେତେଶ୍ୱର ପୂଜାରା(୭) ଏବଂ ଶୁଭମନ ଗିଲ୍(୨୮) ରନ୍ କରି କ୍ରିଜ୍ରେ ଅଛନ୍ତି।
ଟସ୍ ଜିତିବା ପରେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଘରୋଇ ଦଳ। ହେଲେ ଭାରତୀୟ ଦଳ ଆଡିଲେଡ୍ ଟେଷ୍ଟରେ ପରାଜୟର ଜବାବ ଦେବାକୁ ଯାଇ ଭଲ ବୋଲିଂ କରିଛି। ଜଶପ୍ରିତ ବୁମ୍ରା ୪ ଓ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେବା ଯୋଗୁ ବକ୍ସିଂ ଡେ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଦଳ ୧୯୫ ରନ୍ରେ ସୀମିତ ରହିଛି।