Categories: ଖେଳ

ପୁଣି ହାରିଲା ପାକିସ୍ତାନ

ବେଙ୍ଗାଲୁରୁ, ୨୦।୧୦: ବିଶ୍ୱକପ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନକୁ ପରାସ୍ତ କରିଛି। ଡେଭିଡ ଓ୍ବାର୍ନର ଓ ମିଚେଲ ମାର୍ଶଙ୍କ ରେକର୍ଡ ଦ୍ୱିଶତକୀୟ ଓପନିଂ ଭାଗୀଦାରିପରେ ବୋଲରଙ୍କ ମିଳିତ ଅବଦାନ ବଳରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆ ୫୦ ଓଭରରେ ୯ ଉଇକେଟ ହରାଇ ୩୬୭ ରନ କରିଥିଲା। ପାକିସ୍ତାନ ଭଲ ଆରମ୍ଭ କରିଥିଲେ ହେଁ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ୪୫.୩ ଓଭରରେ ୩୦୫ ରନ କରି ଅଲ୍‌ ଆଉଟ ହୋଇଥିଲା। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ନିଜର ପ୍ରଥମ ଦୁଇ ମ୍ୟାଚରେ ଭାରତ ଓ ଦକ୍ଷିଣ ଆଫ୍ରିକାଠାରୁ ହାରିଥିବା ଏହି ଦଳ ପୂର୍ବ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ନିଜର ପ୍ରଥମ ୨ ମ୍ୟାଚରେ ବାବର ଆଜମଙ୍କ ଦଳ ଯଥାକ୍ରମେ ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କାକୁ ହରାଇଥିବାବେଳେ ପୂର୍ବ ମ୍ୟାଚରେ ଭାରତଠାରୁ ହାରି ଯାଇଥିଲା।

Share