Categories: ଖେଳ

ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ ନିଷ୍ପତ୍ତି…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି ୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଛି। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ଟସ୍‌ ଜିତି ଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି।

Share