Categories: ଖେଳ

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ଖେଳୁନାହାନ୍ତି ବୁମ୍‌ରା

ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ମ୍ୟାଚ୍‌ରେ ଆହତ ହେବା ପରେ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କମିନ୍ସ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଏହି ମ୍ୟାଚରେ ବିଶ୍ରାମ ନେଉଛନ୍ତି। ଏହି ମ୍ୟାଚରେ ଭାରତର ବୁମରା ଖେଳୁ ନାହାଁନ୍ତି ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିଛି।
ଭାରତୀୟ ଦଳ ୬ ବର୍ଷ ପରେ ଏହି ଗ୍ରାଉଣ୍ଡରେ କଙ୍ଗାରୁ ଦଳ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିବ। ଗତ ଥର ୨୦୧୭ରେ ଭାରତ ପାଞ୍ଚ ଉଇକେଟରେ ଜିତିଥିଲା। ଏହି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିବାକୁ ଟିମ ଇଣ୍ଡିଆ ନଜର ରଖିବ।

Share