Categories: ଖେଳ

ଟସ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ ନିଷ୍ପତ୍ତି…

ଚେନ୍ନାଇ,୨୨।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ୩ ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳା ଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ କରିବାକୁ କର ବା ମର ସ୍ଥିତିରେ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି। ଟିମ ଇଣ୍ଡିଆ ପ୍ରଥମ ଦିନିକିଆ ପାଞ୍ଚ ୱିକେଟ ଜିତିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପ୍ରଥମ ଦିନିକିଆ ୫ ୱିକେଟ ଜିତିବା ପରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦ୍ୱିତୀୟ ଦିନିକିଆ ୧୦ ୱିକେଟରେ ହାରିଥିଲା। ଏଭଳି ପରିସ୍ଥିତିରେ ତୃତୀୟ ତଥା ଶେଷ ମ୍ୟାଚ ଟିମ୍‌ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Share