Categories: ଖେଳ

ଟସ ଜିତିଲା ଅଷ୍ଟ୍ରେଲିଆ, ବ୍ୟାଟିଂ ନିଷ୍ପତ୍ତି, ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ…

ଚେନ୍ନାଇ,୮।୧୦ : ବିଶ୍ୱକପ କ୍ରିକେଟର ୫ମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ପଟ କ୍ୟୁମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ବୁମ୍ରାଙ୍କ ବଲରେ ମିଚେଲ ମାର୍ଶ ଖାତା ଖୋଲି ନ ପାରି ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି।

Share