Categories: ଖେଳ

ଅଷ୍ଟ୍ରେଲିଆ ବିଜୟୀ…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ପରାଜିତ କରିଛି।
ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଦଳ ପାଇଁ ବିଜୟ ଲକ୍ଷ୍ୟ ୨୦୯ ରନ ରହିଥିଲା। ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୧୯.୨ ଓଭରରେ ୬ ଓ୍ବିକେଟ ହରାଇ ୨୧୧ ରନ୍‌ ସଂଗ୍ରହ କରିଥିଲା।

ଆଷ୍ଟ୍ରେଳିଆ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ଟସ୍‌ ଜିତି ଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା।

Share