Categories: ଖେଳ

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏସ ଭରତ ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି। ଉଭୟ ମଧ୍ୟମ କ୍ରମରେ ଖେଳିବେ। ଉଇକେଟ କିପର ରିଷଭ ପନ୍ତଙ୍କ ସ୍ଥାନରେ ଭରତଙ୍କୁ ସୁଯୋଗ ଦିଆଯାଇଛି। ସୂର୍ଯ୍ୟକୁମାର ଯାଦବ ଶ୍ରେୟାସ ଆୟରଙ୍କ ସ୍ଥାନରେ ଟିମ ଇଣ୍ଡିଆର ଅଂଶ ହୋଇପାରିଛନ୍ତି। ଆହତ କାରଣରୁ ପନ୍ତ ଏବଂ ଶ୍ରେୟାସ ଟିମ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଟଡ ମର୍ଫି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରୁଛନ୍ତି। ଭେଟେରାନ ଆଷ୍ଟନ ଅଗରଙ୍କ ସ୍ଥାନରେ ତାଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଘରୋଇ ସିରିଜରେ ମର୍ଫି ଭଲ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ତାଙ୍କୁ ଦଳରେ ସୁଯୋଗ ଦିଆଯାଇଛି।

Share