Categories: ଖେଳ

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରାକରଙ୍କୁ ବାଦ୍‌ ଦିଆଯାଇଛି। ଶ୍ୱାସକ୍ରିୟା ସଂକ୍ରମଣ କାରଣରୁ ପୂଜା ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସ୍ନେହ ରାଣାଙ୍କୁ ଦଳରେ ସ୍ଥାନ ଖେଳାଯାଉଛି । ସେହିପରି ରାଜେଶ୍ବରୀ ଗାଏକ୍ବାଡଙ୍କ ସ୍ଥାନରେ ରାଧା ଯାଦବଙ୍କୁ ସ୍ଥାନ ମିଳିଛି। ସେହିପରି ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି । ଆଲାନା କିଙ୍ଗଙ୍କ ସ୍ଥାନରେ ଜେସ୍‌ ଜୋନାସେନ ଏବଂ ଆନାବେଲ ସଦରଲାଣ୍ଡଙ୍କ ସ୍ଥାନରେ ଆଲିସା ହିଲିଙ୍କୁ ଦଳରେ ସାମିଲ କରାଯାଇଛି।

Share