Categories: ଖେଳ

ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌

କେପଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ମହିଳା ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୦ ରନରେ ପରାସ୍ତ କରି ଷଷ୍ଠ ଥର ଟାଇଟଲ ଜିତଛି। କେପଟାଉନର ନ୍ୟୁଲ୍ୟାଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ ସ୍କୋର କରିପାରିଥିଲା।
ଅଷ୍ଟ୍ରେଲିୟ ଦଳ ପୂର୍ବରୁ ୨୦୧୦, ୨୦୧୨, ୨୦୧୪, ୨୦୧୮ ଏବଂ ୨୦୨୦ରେ ଚାମ୍ପିଅନ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍‌ ଟାଇଟଲ ହ୍ୟାଟ୍ରିକ ସ୍କୋର କରିଛି। ଏହାପୂର୍ବରୁ ଦଳ ୨୦୧୦, ୨୦୧୨ ଏବଂ ୨୦୧୪ରେ ଲଗାତାର ତିନିଥର ଟାଇଟଲ ଜିତିଥିଲା। ଏକାସାଙ୍ଗରେ, ବର୍ତ୍ତମାନ ୨୦୧୮, ୨୦୨୦ ଏବଂ ୨୦୨୩ରେ ଟାଇଟଲ ଜିତିଛନ୍ତି। ପ୍ରଥମ ଥର ପାଇଁ ପୁରୁଷ କିମ୍ବା ମହିଳା କ୍ରିକେଟ ସମେତ ଆଇସିସି ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଏକ ଦଳ ଟାଇଟଲ ହ୍ୟାଟ୍ରିକ କରିଛି।

Share